//BREAKING//
Loading...

ଉତ୍ସର୍ଗ ଫାଉଣ୍ଡେସନ ଓ ୟୁଥ ୟୁନାଇଟେଡ଼ କ୍ଲବ ଆନୁକୂଲ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

 



ଦଶପଲ୍ଲା : କାଶ୍ମୀରର ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ ଭାରତୀୟ ନାଗରିକ ମାନଙ୍କ ଅମର ଆତ୍ମାର ସଦଗଦି ନିମନ୍ତେ ଆଜି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବ୍ଲକ ଟାକରା ଠାରେ ଉତ୍ସର୍ଗ ଫାଉଣ୍ଡେସନ ଓ ୟୁଥ ୟୁନାଇଟେଡ଼ କ୍ଲବ ପକ୍ଷରୁ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ପ୍ରଥମେ ଶନି ମନ୍ଦିର ଠାରୁ ଆରମ୍ଭ ହୋଇ ଟାକରା ବଜାର ପରିକ୍ରମା କରି ଗୋପାଳପୁର, ରଥିପୁର ବୁଲି ସିଦ୍ଧେଶ୍ୱର ମନ୍ଦିର ନିକଟରେ ପହଞ୍ଚି ୨ ମିନଟ ନିରବ ପ୍ରାର୍ଥନା କରିଥିଲେ ଏଥିରେ ଉତ୍ସର୍ଗ ଫାଉଣ୍ଡେସନର ପ୍ରିୟବ୍ରତ ଆଚାର୍ଯ୍ୟ, ନିହାର ରଂଜନ ମହାନ୍ତି, ବନମାଳୀ ସାହୁ, ମନ୍ମଥ ସାହୁ,, ଚନ୍ଦନେଶ୍ୱର ଦାସ, ସମ୍ବିତ କୁମାର ଭଟ୍ଟ, ଚିତ ରଂଜନ ମିଶ୍ର ପ୍ରମୁଖ ସାମିଲ ହୋଇଥିବା ବେଳେ ୟୁଥ ୟୁନାଇଟେଡ଼ କ୍ଲବ ତରଫରୁ ନିର୍ମଳ ଚନ୍ଦ୍ର ବାରିକ,ରଂଜନ ପରିଡ଼ା, ବାସୁଦେବ ସାହୁ, ବିଭୁଦତ ନାୟକ, ଅଶୋକ କୁମାର ସାହୁ ଭଳି ଅନେକ ସଦସ୍ୟ ତଥା ଟାକରା ଅଂଚଳର ଅନେକ ସମାଜସେବି, ବୁଦ୍ଧିଜୀବୀ ସାମିଲ ହୋଇଥିଲେ।ଏଥିରେ ମୃତ ଭାରତୀୟ ନାଗରିକଙ୍କ ଅମର ଆତ୍ମାର ସଦଗଦି କାମନା କରିବା ସହିତ କାଶ୍ମୀର ପହଲଗାମ ଠାରେ ଘଟିଥିବା ଘଟଣାକୁ ଦୃଢ଼ନିନ୍ଦା କରିଥିଲେ।

                 (ଚିତ ରଂଜନ ମିଶ୍ରଙ୍କ ରିପୋର୍ଟ )

Post a Comment

Previous Post Next Post

ଉତ୍ସର୍ଗ ନ୍ୟୁଜ ଆରମ୍ଭ ମାତ୍ର

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe